ସଂଗଠନର ବିବିଧ ପକ୍ଷ

ସମସ୍ତ ଡିପ୍ଲୋମା ଅନୁଷ୍ଠାନ ଓ ସରକାରୀ ଆଇ.ଟି.ଆଇ କର୍ମଚାରୀଙ୍କ ବେତନ ବୃଦ୍ଧି, ସ୍ଥାନାନ୍ତରଣ ଆଦି ବିଷୟ ବୁଝନ୍ତି।
କ. ପ୍ରତିଷ୍ଠାନ-୧ :- ସମସ୍ତ ସରକାରୀ ଆଇ.ଟି.ଆଇ ଓ ଡିପ୍ଲୋମା ଅନୁଷ୍ଠାନ ଗୁଡ଼ିକର ଅଣ-ଗେଜେଟେଡ କର୍ମଚାରୀଙ୍କ ପ୍ରତିଷ୍ଠାନ ସମ୍ବନ୍ଧୀୟ ବିଷୟ ଗୁଡ଼ିକ ଦେଖାରେଖା କରିଥାଏ। ସଂଗଠନର ମୁଖ୍ୟାଳୟରେ ଥିବା ଅଣ-ଗେଜେଟେଡ କର୍ମଚାରୀଙ୍କ ପ୍ରତିଷ୍ଠାନ ସମ୍ବନ୍ଧୀୟ ବିଷୟ ଗୁଡ଼ିକ ମଧ୍ୟ ଦେଖାରେଖା କରିଥାଏ।
ଖ. ପ୍ରତିଷ୍ଠାନ-୨ :- ସରକାରୀ ଆଇ.ଟି.ଆଇ ଓ ଡିପ୍ଲୋମା ଅନୁଷ୍ଠାନର ଅଣ-ଗେଜେଟେଡ କର୍ମଚାରୀଙ୍କ ପ୍ରତିଷ୍ଠାନ ସମ୍ବନ୍ଧୀୟ ବିଷୟ ଦେଖାରେଖା କରିଥାଏ।

ସମସ୍ତ ସରକାରୀ ଆଇ.ଟି.ଆଇ ଓ ସରକାରୀ ପଲିଟେକନିକ ଗୁଡ଼ିକରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନା ଏହି ବିଭାଗ ଦେଖିଥାଏ । ଡି.ଟି.ଇ.ଟି ପାଣ୍ଠିରୁ ପ୍ରତିଷ୍ଠାନ ପାଇଁ ବଜେଟର ବ୍ୟବସ୍ଥା କରାଯାଏ । ଯେପରି ବିଭିନ୍ନ ଯୋଜନା ଅଧିନରେ ଥିବା ପାଣ୍ଠି ବେତନ ଓ ଅଣ-ବେତନ ଉପାଦାନ ଗୁଡ଼ିକ ସହିତ ପର୍ବପର୍ବାଣୀ, ଗୃହ ନିର୍ମାଣ, ଦୁଇ ଚକିଆ ଯାନ କମ୍ପ୍ୟୁଟର ପାଇଁ ଅଗ୍ରୀମ ଆଦି । ବିଭିନ୍ନ ସରକାରୀ ମହାବିଦ୍ୟାଳୟକୁ ଆସୁଥିବା ଅନୁଦାନ ।

୧. ଏ.ଆଇ.ସି.ଟି.ଇର ମାନଦଣ୍ଡ ଅନୁଯାୟୀ ଭିତ୍ତିଭୂମି ତାରତମ୍ୟ ଦୂର କରିବା ନିମନ୍ତେ ଅତିରିକ୍ତ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ।
୨. ଏନ.ସି.ଭି.ଟିର ମାନଦଣ୍ଡ ଅନୁଯାୟୀ ଭିତ୍ତିଭୂମିଗତ ତାରତମ୍ୟ ଦୂର କରିବା ପାଇଁ ସରକାରୀ ଆଇ.ଟି.ଆଇ ଗୁଡ଼ିକର ଅତିରିକ୍ତ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ।
୩. ଆବଶ୍ୟକତା ଆଧାରିତ କାର୍ଯ୍ୟ ଗୁଡ଼ିକ ହାତକୁ ନେବା ।
୪. ଆସବାବ, ପ୍ରୋଜେକ୍‌ଟର, ସ୍ମାର୍ଟବୋର୍ଡ, ନେଟ୍‌ୱାର୍କ, ଇ.ଆଇ. କାର୍ଯ୍ୟ ଆଦି ଓ ଶ୍ରେଣୀ ଗୃହ ଆସବାବ ସହ ଏକ ଆଦର୍ଶ ଆଧୂନିକ ଶ୍ରେଣୀ ଗୃହ ପ୍ରାରମ୍ଭ କରିବା ।
୫. ଇ-ଅଭିଯୋଗ ଗୁଡ଼ିକର ସମାଧାନ ଓ ନିକାଶ ।

ସରକାରଙ୍କ ଦ୍ୱାରା ମଞ୍ଜୁରୀପ୍ରାପ୍ତ ସମସ୍ତ ଅନୁଷ୍ଠାନ, ସରକାରୀ ଆଇ.ଟି.ଆଇ ଏବଂ ଯାନ୍ତ୍ରିକ ବିଦ୍ୟାଳୟ ଗୁଡ଼ିକ ପାଇଁ ସମସ୍ତ ପ୍ରକାରର ଯନ୍ତ୍ରପାତି ଓ ମେସିନାରୀ ସଂଗ୍ରହ କରିବା ପାଇଁ ପାଣ୍ଠିର ବ୍ୟବସ୍ଥା କରିବା। ଯନ୍ତ୍ରପାତି ଓ ମେସିନାରି ଗୁଡ଼ିକର ବୈଷୟିକ ବିଶେଷଜ୍ଞ ମାନଙ୍କ ଦ୍ୱାରା ଯାଞ୍ଚ କରିବା ତଥା ପ୍ରତ୍ୟେକ ନିଲାମର ବୈଷୟିକ ଡାକକୁ ବୈଷୟିକ ବିଶେଷଜ୍ଞଙ୍କ ଦ୍ୱାରା କେନ୍ଦ୍ରିୟ ମୂଲ୍ୟାୟନ କରାଇବା। ବିଶେଷତାକୁ ଧ୍ୟାନରେ ରଖି କ୍ରୟ ଆଦେଶରେ ଆବଶ୍ୟକ ଶଂସୋଧନ କରିବା।

ଏହି ଶାଖା ସହବନ୍ଧନ, ସ୍ୱିକୃତି, ପାଠ୍ୟଖସଡ଼ା ବିକାଶ, ଓଡ଼ିଶାରେ ଶିଳ୍ପୀ ତାଲିମ କାର୍ଯ୍ୟକ୍ରମର ନିରୀକ୍ଷଣ ଓ ଯାଞ୍ଚ ଆଦି କାର୍ଯ୍ୟ କରିଥାଏ।

କ. ନିରୀକ୍ଷଣ ଶାଖା:-
୧. ସରକାରୀ ଓ ଘରୋଇ ଆଇ.ଟି.ଆଇ ଗୁଡ଼ିକର ନିରୀକ୍ଷଣ ଓ ସହବନ୍ଧନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଏହି ଶାଖା କରିଥାଏ ।
୨. ମାନବ ସମ୍ବଳ (ଆଇ.ଟି.ଆଇ ଗୁଡ଼ିକ ପାଇଁ ପଦବୀ ସୃଷ୍ଟି ଓ ପୂରଣ କରିବା) ।
୩. ଏକତାଭାବ ପାଇଁ ବିଦ୍ୟାର୍ଥୀ କଲ୍ୟାଣ ଯୋଜନା ଗୁଡ଼ିକ ।
୪. ଶିକ୍ଷକ ଗୋଷ୍ଠୀଙ୍କ ପ୍ରଶିକ୍ଷଣ ।(ନେତୃତ୍ୱ,ସି.ଆଇ.ଟି.ଏସ ଓ ରିଫ୍ରେସର)
୫. ଉଦ୍ୟୋଗ ଜଗତ ସହ ଯୋଗାଯୋଗ (ସହବନ୍ଧନ ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ମାନଦଣ୍ଡ)

ଖ. ମାନବ ସମ୍ବଳ ଯୋଜନା (ଏମ.ପି.ପି) ଶାଖା:-
୧. ସରକାରୀ ଆଇ.ଟି.ଆଇ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା,ନୂତନ ଆଇ.ଟି.ଆଇ ପ୍ରତିଷ୍ଠା, ବିଦ୍ୟାର୍ଥୀ ସଂଖ୍ୟା ବୃଦ୍ଧି ଆଦି କାର୍ଯ୍ୟ ଏହି ଶାଖା କରିଥାଏ ।
୨. ନୂତନ ଆଇ.ଟି.ଆଇ ବ୍ୟବସ୍ଥାର ପରିକଳ୍ପନା କରି ତାହାର ସ୍ୱପ୍ନ, ବ୍ରତ ଓ ମୂଲ୍ୟବୋଧ କାର୍ଯ୍ୟକାରୀ କରିବା ତଥା ତାହାର ସ୍ଥାୟିତ୍ୱ ପାଇଁ ତାଲିମ ଦିଗ ଉପରେ ଧ୍ୟାନ ଦେବା ।
୩. ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ପାଇଁ ଜୀବିକା ବୃତ୍ତି ପରାମର୍ଶ ।
୪. ଏସ.ଏ.ଏମ.ଏସରେ ନାମଲେଖା ତଥା ସାଧାରଣ ଶିକ୍ଷଣ ପ୍ରଗତିର ସମିକ୍ଷା ।
୫. ପି.ଏମ.ୟୁ. ଏନ.ଏ.ଟି., ଏସ.ଟି.ଆର.ଆଇ.ଭି.ଇ ପାଇଁ ବଜେଟ ପ୍ରସ୍ତୁତ କରିବା, କୌଶଳ ବିକାଶ ଅଭିଯାନ ।
୬. ଭିତ୍ତିଭୂମି ପାଇଁ ଯୋଜନା (ଭୌତିକ, ଡିଜିଟାଲ, ବୌଦ୍ଧିକ ଏବଂ ଭାବନାତ୍ମକ)
୭. ଆଇ.ଟି.ଆଇ ମାନଙ୍କ ଠାରୁ ଆକାଂକ୍ଷିତ ମାନ (ନମୁନା ଆଇ.ଟି.ଆଇ,କୌଶଳ ସଂଗ୍ରହାଳୟ, ଆଇ.ଟି.ଆଇ ଉତ୍ସବ ।
୮. ଓ.ଭି.ଟି.ଏସ ଅଧିନରେ କ୍ୟାଡର ନିୟମାବଳୀ, (ନିୟମାବଳୀ ପ୍ରବର୍ତ୍ତନ ଓ କାର୍ଯ୍ୟକାରୀ କରିବା)
୯. କେନ୍ଦ୍ରିୟ ଯୋଜନା ରାଜ୍ୟ ଯୋଜନା ଅନୁସାରେ ଆଇ.ଟି.ଆଇ ଗୁଡ଼ିକର ପ୍ରଶାସନ ତଥା ନୂତନ ଆଇ.ଟି.ଆଇ ପ୍ରତିଷ୍ଠା କରିବା ।
୧୦. କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଭାରତ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ।
୧୧. ପି.ଏମ.ୟୁ ଓ ଏସ.ପି.ଆଇ.ୟୁ କାର୍ଯ୍ୟକଳାପ ଗୁଡ଼ିକର ପ୍ରବନ୍ଧନ ।

୧. ନୂତନ ଡିପ୍ଲୋମା ଅନୁଷ୍ଠାନ ଗୁଡ଼ିକ ସହ ସହବନ୍ଧନ,ସିଟ୍‌ ସଂଖ୍ୟା ବୃଦ୍ଧି କରିବା, ଅନୁଷ୍ଠାନ ଗୁଡ଼ିକରେ ନୂତନ ପାଠ୍ୟକ୍ରମ ଆରମ୍ଭ କରିବା ଆଦି ବିଷୟ ବୁଝନ୍ତି ।
୨. ବୈଷୟିକ ମହାବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ମଞ୍ଜୁର କରିବା ।
୩. ସରକାରୀ ଓ ଘରୋଇ ଡିପ୍ଲୋମା ଅନୁଷ୍ଠାନ ଗୁଡ଼ିକର ନାମଲେଖା ।
୪. ଡିପ୍ଲୋମା ବିଦ୍ୟାର୍ଥୀଙ୍କ ପାଇଁ କଲ୍ୟାଣକାରୀ ସ୍କିମ ଗୁଡ଼ିକର ସଞ୍ଚାଳନ ।

ଶିକ୍ଷକ ଗୋଷ୍ଠୀର ଜ୍ଞାନର ପରିସର ଅଦ୍ୟତନ/ବୃଦ୍ଧି କରିବା, ଡିପ୍ଲୋମା ପାଠ୍ୟକ୍ରମର ସଂଶୋଧନ । ଶିକ୍ଷକ ଗୋଷ୍ଠୀର ବିକାଶ ପାଇଁ ପ୍ରକୋଷ୍ଠ ବିଭିନ୍ନ ସ୍ଥାନ ଯେପରି କୋଲକାତା, ଚଣ୍ଡିଗଡ଼, ହାଇଦରାବାଦ, ଚେନ୍ନାଇ ଆଦି ସ୍ଥାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଛି ।

ଶିକ୍ଷାନବିସଙ୍କ ପ୍ରଶିକ୍ଷଣ ଠାରୁ ପ୍ରମାଣପତ୍ର ପାଇବା ପର୍ଯ୍ୟନ୍ତ, ଶିକ୍ଷାନବିସ ଅଧିନିୟମ ୧୯୬୧ରେ ଥିବା ନିୟମାନୁଯାୟୀ ସମଗ୍ର ଓଡ଼ିଶାରେ ଶିକ୍ଷାନବିସ ପ୍ରଶିକ୍ଷଣ ସ୍କିମର କାର୍ଯ୍ୟ ଦେଖାରେଖା । ଉଦ୍ୟୋଗଜଗତକୁ କୁଶଳୀ ଓ ତାଲିମ-ପ୍ରାପ୍ତ ମାନବ ସମ୍ବଳ ଯୋଗାଣ ଅବ୍ୟାହତ ରଖିବା, ତଥା ବିଦ୍ୟାଳୟ, ଶିଳ୍ପ ତାଲିମ ପ୍ରତିଷ୍ଠାନ ଓ ବୈଷୟିକ ପ୍ରତିଷ୍ଠାନ ମାନଙ୍କରୁ ଉତ୍ତୀର୍ଣ୍ଣ ହେଉଥୁବା ଅର୍ଦ୍ଧକୁଶଳୀ ଯୁବ ଗୋଷ୍ଠୀକୁ ଉଦ୍ୟୋଗଜଗତରେ ଥିବା ସୁବିଧା ଗୁଡ଼ିକର ପୂର୍ଣ୍ଣ ବିନିଯୋଗ କରି ବ୍ୟବହାରିକ ପ୍ରଶିକ୍ଷଣ ପ୍ରଦାନ କରିବା ଏହି ସ୍କିମର ଉଦ୍ଦେଶ୍ୟ ।

ଓଡ଼ିଶା ନ୍ୟାୟିକ ପ୍ରାଧିକରଣ ଯାହା କି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଚାଲିଥିବା ସେବା ସମ୍ବନ୍ଧୀୟ ମାମଲା ଏହି ଶାଖା ବୁଝିଥାଏ । ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ, ଭୁବନେଶ୍ୱର ପ୍ରଧାନ ଖଣ୍ଡପୀଠ ହୋଇଥିବା ବେଳେ କଟକ ଖଣ୍ଡପୀଠ କଟକ ସର୍କିଟ ବେଞ୍ଚ ବ୍ରହ୍ମପୁର ଓ ସମ୍ବଲପୁରରେ ରହିଛି । ଏହା ବାଦ ଅନ୍ୟ ନ୍ୟାୟିକ ପ୍ରାଧିକରଣ ଯେପରି ଏମ.ଏ.ସି.ଟି., ଶ୍ରମିକ ଅଦାଲତରେ ଚାଲିଥିବା ମାମଲା ଆଦି ଗୁଡ଼ିକର ଦେଖାରେଖା କରନ୍ତି ।

୧. ସରକାରୀ ଆଇ.ଟି.ଆଇ, ବୈଷୟିକ ବିଦ୍ୟାଳୟ ଓ ମୁଖ୍ୟାଳୟ ଗୁଡ଼ିକର ବିଭାଗୀୟ ସମିକ୍ଷା ବିବରଣୀ ଏହି ଶାଖା ବୂଝିଥାଏ ।
୨. ଏ.ଜି., ଓଡ଼ିଶାଙ୍କ ନିରୀକ୍ଷଣ ବିବରଣୀ ଏହି ଶାଖା ବୂଝିଥାଏ ।
୩. ଏ.ଜି. ଓଡ଼ିଶାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଜନ ହିସାବ କମିଟି (ପି.ଏ.ସି)ସମିକ୍ଷା ବିବରଣୀ ଏହି ଶାଖା ବୂଝିଥାଏ ।
୪. ଚୋରି ଓ ଆତ୍ମସାତ୍ ମାମଲା ଗୁଡ଼ିକ ଏହି ଶାଖା ବୂଝିଥାଏ ।

୧. ପ୍ରତି ମାସ କର୍ମଚାରୀଙ୍କୁ ପୈଠ ନିମନ୍ତେ ବେତନ ବିଲ ତଥା ଅସ୍ଥାୟୀ ପେନସନ ବିଲ ପ୍ରସ୍ତୁତ କରିବା ।
୨. ପ୍ରତି ମାସ ପୈଠ ହେବାକୁ ଥିବା ବିଜୁଳି, ଦୂରଭାଷ, ବାହାନ ଏବଂ ଅନ୍ୟାନ୍ୟ ଭାଉଚର ବିଲ ପ୍ରସ୍ତୁତ କରିବା ।
୩. ବୈଷୟିକ ବିଦ୍ୟାଳୟ ଓ ସରକାରୀ ଆଇ.ଟି.ଆଇ ମାନଙ୍କ ଅନୁଦାନ ବିଲ ପ୍ରସ୍ତୁତ କରିବା ଓ ସେମାନଙ୍କ ମଧ୍ୟରେ ବଣ୍ଟନ କରିବା ।
୪. କର୍ମଚାରୀଙ୍କ ଏନ.ଡି.ସି. ଆବଶ୍ୟକତା ଜାଣିବା ନିମନ୍ତେ ଉଠାଣର ବିବରଣୀ ପ୍ରସ୍ତୁତ କରିବା ଯେପରି ଏଚ.ଆର., ଡବ୍ଲୁ.ଟି., ଏଚ.ବି. ଅଗ୍ରୀମ, ଏମ.ସି.ଅଗ୍ରୀମ ।
୫. ନଗଦ ପୁସ୍ତିକାର ରକ୍ଷଣାବେକ୍ଷଣ ।
୬. ଏହି ନିର୍ଦ୍ଦେଶାଳୟ କର୍ମଚାରୀ ମାନଙ୍କ ଟି.ଏ., ଏଲ.ଟି.ସି., ଆର.ସି.ଏମ ବିଲ ତଥା ଅନ୍ୟାନ୍ୟ ବିଲ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରିବା ।

ସି.ପି.ସିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଇ.ଟି.ଆଇ, ସରକାରୀ/ଘରୋଇ ଯାନ୍ତ୍ରିକ ବିଦ୍ୟାଳୟ ତଥା ପଲିଟେକନିକ ଗୁଡ଼ିକର ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଷ୍ଠିତ କମ୍ପାନୀ, ପଞ୍ଜିକୃତ କର୍ମଯୋଗାଣ ଠିକାଦାର, ପଞ୍ଜିକୃତ ସେବା ପ୍ରଦାନକାରୀ, ବହୁ ରାଷ୍ଟ୍ରିୟ କମ୍ପାନୀ, ସରକାରୀ ପଦବୀ, ସ୍ୱେଚ୍ଛାସେବୀ ସଂଗଠନ,ବୃହତ ବ୍ୟବସାୟିକ ସମୂହ, କେନ୍ଦ୍ର/ରାଜ୍ୟ ସ୍ତରରେ ଥିବା ସାର୍ବଜନିକ/ଘରୋଇ ଉପକ୍ରମ/ଉଦ୍ୟୋଗ, ଏମ.ଏସ.ଏମ.ଇ. ଆଦିରେ ଅବସ୍ଥାପିତ କରିବା।

ସର୍ବସାଧାରଣଙ୍କ ପାଇଁ ସମସ୍ତ ପ୍ରକାର ପତ୍ର ଜାରି କରାଯାଇ ଇ-ପ୍ରେରଣ ୱେବସାଇଟରେ ଅପଲୋଡ କରାଯାଏ । ସାଧାରଣତଃ ପତ୍ର ଗୁଡ଼ିକ ସ୍ପିଡ ପୋଷ୍ଟ, ପଞ୍ଜିକୃତ ଡାକ, ସ୍ୱତନ୍ତ୍ର ବାର୍ତ୍ତାବାହକଙ୍କ ଦ୍ୱାରା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଏ ।

ସମସ୍ତ ପତ୍ର/ସରକାରୀ ଦସ୍ତାବିଜ ଗୁଡ଼ିକ ପ୍ରାପ୍ତ କରାଯାଏ ଓ ପ୍ରାପ୍ତିସ୍ୱୀକାର କରାଯାଏ । ଭବିଷ୍ୟତରେ ସ୍ଥିତି ଜାଣିବା ପାଇଁ ବିଭିନ୍ନ ପତ୍ର ଡାଏରୀ ରଖାଯାଇଛି । ଭବିଷ୍ୟତରେ ବ୍ୟବହାର ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ଅଭିଲେଖ/ଫାଇଲ ଗୁଡ଼ିକ ଅଭିଲେଖ ଫ୍ରକୋଷ୍ଠରେ ସଂରକ୍ଷିତ ରଖାଯାଇଛି ।