ଏନ.ଏ.ପି.ଏସ.ସମ୍ବନ୍ଧରେ

ଶିକ୍ଷାନବୀସ ପୋର୍ଟାଲ ସମ୍ବନ୍ଧରେ

ପ୍ରାର୍ଥୀ, ଉଦ୍ୟୋଗ ଜଗତ ତଥା ଶିକ୍ଷାନବୀସ ପରାମର୍ଶଦାତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ପୋର୍ଟାଲ (www.apprenticeship.gov.in) ର ସୁଭାରମ୍ଭ କରିଛନ୍ତି।ଏହି ପୋର୍ଟାଲ ଶିକ୍ଷାନବୀଶଙ୍କ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ ଏକ ମଞ୍ଚରେ କରିଥାଏ।
ଶିକ୍ଷାନବୀଶ ପ୍ରଶିକ୍ଷଣ କାର୍ଯ୍ୟକାରୀ କରିବା ଓ ପରିଚାଳନା ନିମନ୍ତେ ଏହି ପୋର୍ଟାଲ ବ୍ୟବହୃତ ହେବ। ଏହା ସମସ୍ତ ପକ୍ଷର ଆବଶ୍ୟକତା ପୂରଣ କରିବ।

ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ

o ସେମାନଙ୍କ ସ୍ରୋତ/ପସନ୍ଦଯୋଗ୍ୟ ଟ୍ରେଡର ସୂଚନା ସହିତ ଅନ୍-ଲାଇନ ପଞ୍ଜିକରଣ।
o ସମ୍ଭାବ୍ୟ ନିଯୁକ୍ତିଦାତାଙ୍କ ନିକଟକୁ ଶିକ୍ଷାନବୀଶ ତାଲିମ ନିମନ୍ତେ ଆବେଦନ-ପତ୍ର ପଠାଇବା।
o ପ୍ରତିଷ୍ଠାନ ମାନଙ୍କ ଠାରୁ ନିଯୁକ୍ତି ପତ୍ର ଅନଲାଇନ ପ୍ରାପ୍ତ ଓ ଗ୍ରହଣ କରିବା।
o ଚୁକ୍ତିନାମାର ଆବଶ୍ୟକ ସର୍ତ୍ତ ଗୁଡ଼ିକର ଅନ-ଲାଇନ ପ୍ରକ୍ରିୟାକରଣ କରିବା
o କ୍ଷେତ୍ର,ବିଷୟ ଓ ଅଞ୍ଚଳ ଅନୁସାରେ ମୌଳିକ ପ୍ରଶିକ୍ଷଣ ପ୍ରଦାନକାରୀ ଖୋଜିବା ଓ ଚୟନ କରିବା।

ଉଦ୍ୟୋଗ ଜଗତ ନିମନ୍ତେ

o ଅନ-ଲାଇନ ପଞ୍ଜିକରଣ
o ଶିକ୍ଷାନବୀଶ ପଦବୀ/ଖାଲି ଘୋଷଣା କରିବା
o କ୍ଷେତ୍ର,ବିଷୟ.ଅଞ୍ଚଳ ଆଦି ଆଧାରରେ ପ୍ରାର୍ଥୀ ଖୋଜିବା ଓ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରିବା।
o ପ୍ରାର୍ଥୀ ମାନଙ୍କୁ ନିୟୋଜନ ନିମନ୍ତେ ନିଯୁକ୍ତି ପତ୍ର ପ୍ରଦାନ କରିବା
o ରାଜ୍ୟ ଶିକ୍ଷାନବୀଶ ପରାମର୍ଶଦାତାଙ୍କ ଅନୁମୋଦନ ନିମନ୍ତେ ଚୁକ୍ତିପତ୍ର ଅନ୍-ଲାଇନ ଦାଖଲ କରିବା।
o ଶିକ୍ଷାନବୀଶ ତାଲିମ କାର୍ଯ୍ୟ ତଦାରଖ କରିବା।
o ଅଭିଲେଖ ଓ ରିଟର୍ଣ୍ଣ ଗୁଡ଼ିକ ଅନ-ଲାଇନ ଦାଖଲ କରିବା।
o ଦାବୀ ଗୁଡ଼ିକ ଅନ୍-ଲାଇନ ଦାଖଲ କରିବା
o ସରକାରଙ୍କ ଭାଗ ଅନ୍-ଲାଇନ ପୈଠ କରିବା।

ଉଦ୍ୟୋଗ ଜଗତକୁ ମୌଳିକ ପ୍ରଶିକ୍ଷଣ ପ୍ରଦାନକାରୀ ଭାବେ

o ଅନ-ଲାଇନ ପଞ୍ଜିକରଣ
o ଶିକ୍ଷାନବୀଶ ପଦବୀ/ଖାଲି ଘୋଷଣା କରିବା
o କ୍ଷେତ୍ର,ବିଷୟ.ଅଞ୍ଚଳ ଆଦି ଆଧାରରେ ପ୍ରାର୍ଥୀ ଖୋଜିବା ଓ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରିବା।
o ଶିକ୍ଷାନବୀଶଙ୍କ ସହ ଚୁକ୍ତିପତ୍ର ସ୍ୱାକ୍ଷର ପରେ ନିଯୁକ୍ତିଦାତାଙ୍କ ଦ୍ୱାରା ପ୍ରଯୋଜିତ ଶିକ୍ଷାନବୀଶ ମାନଙ୍କୁ ମୌଳିକ ପ୍ରଶିକ୍ଷଣ ପ୍ରଦାନ କରିବା।
o ମୌଳିକ ପ୍ରଶିକ୍ଷଣ ପରେ ଶିକ୍ଷାନବୀଶଙ୍କୁ ନିଯୁକ୍ତିଦାତାଙ୍କ କାର୍ଯ୍ୟରେ ଅବସ୍ଥାପିତ କରିବା।
o ଦାବୀ ଗୁଡ଼ିକ ଅନ୍-ଲାଇନ ଦାଖଲ କରିବା

ରାଜ୍ୟ ଶିକ୍ଷାନବୀଶ ପରାମର୍ଶଦାତା/ଆଞ୍ଚଳିକ ଶିକ୍ଷାନବୀଶ ପରାମର୍ଶଦାତା/ଜିଲ୍ଲା ଶିକ୍ଷାନବୀଶ ପରାମର୍ଶଦାତାଙ୍କ ଉଦ୍ଦେଶ୍ୟରେ

o ଶିକ୍ଷାନବୀଶଙ୍କ ଚୁକ୍ତିନାମା ସମୀକ୍ଷା ଓ ଅନୁମୋଦନ କରିବା।
o ଶିକ୍ଷାନବୀଶଙ୍କ ପ୍ରଶିକ୍ଷଣ ଯାଞ୍ଚ ଓ କାର୍ଯ୍ୟକାରୀ କରିବା।
o ନିଯୁକ୍ତିଦାତାଙ୍କ ଦାବୀପତ୍ର ପ୍ରାପ୍ତ କରି ସେଗୁଡ଼ିକର ସମୀକ୍ଷା କରିବା।
o ନିଯୁକ୍ତିଦାତାଙ୍କୁ ପ୍ରତ୍ୟେକ ମାସ ପ୍ରତି ଶିକ୍ଷାନବୀଶ ପିଛା ନିର୍ଦ୍ଧାରିତ ବୃତ୍ତିଭତ୍ତାର ଶତକଡ଼ା ୨୫ ଭାଗ ଯାହାର ସର୍ବାଧିକ ପରିମାଣ ଟଙ୍କା ୧୫୦୦/-ରୁ ଅଧିକ ହେବ ନାହିଁ ଅନ-ଲାଇନ ପୈଠ କରିବା।