ଅବସ୍ଥାପନ କକ୍ଷ ସଂକ୍ରାନ୍ତେ

ପୃଷ୍ଠଭୂମି:

କେନ୍ଦ୍ରୀୟ ଅବସ୍ଥାପନ କକ୍ଷ କାର୍ଯ୍ୟ କରୁଛି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା(SD&TE), ଓଡ଼ିଶାଙ୍କ ଅଧୀନରେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶାଳୟ(DTE&T), ଓଡ଼ିଶାଙ୍କ ପ୍ରାଶାସନିକ ନିୟନ୍ତ୍ରଣରେ। ବିଭିନ୍ନ ସରକାରୀ ITI, ସରକାରୀ ଓ ଘରୋଇ ଇଂଜିନିୟରିଂ ସ୍କୁଲ୍‌ ଓ ପଲିଟେକ୍‌ନିକ୍‌ ଗୁଡ଼ିକରୁ ଉତ୍ତୀର୍ଣଡିପ୍ଲୋମା ଓ ITI ବିଦ୍ୟାର୍ଥୀମାନଙ୍କୁ CPCପୋର୍ଟାଲରେ ପଂଜୀକରଣ କରି ଆମେ ଏକ ବିଶାଳ ତଥ୍ୟଭିତ୍ତି ରଖିଅଛୁ।କେନ୍ଦ୍ରୀୟ ଅବସ୍ଥାପନ କକ୍ଷ, ୨୦୧୩ ମସିହାରୁ କାର୍ଯ୍ୟକ୍ଷମ ହୋଇଅଛି।

ଲକ୍ଷ୍ୟ ଗୁଡ଼ିକ:

କେନ୍ଦ୍ରୀୟ ଅବସ୍ଥାପନ କକ୍ଷର ମୁଖ୍ୟ ଅଭିପ୍ରାୟ ହେଉଛି, ବିଭିନ୍ନ ସରକାରୀ ଆଇଟିଆଇ, ସରକାରୀ/ବେସରକାରୀ ଇଂଜିନିୟରିଂ ସ୍କୁଲ୍‌ ଓ ପଲିଟେକ୍‌ନିକ୍‌ଗୁଡ଼ିକରୁ ଉତ୍ତୀର୍ଣ ଛାତ୍ରଛାତ୍ରୀମାନେ ଯେପରି ଖ୍ୟାତନାମା କମ୍ପାନୀ, ପଞ୍ଜିକୃତ ଶ୍ରମ ଠିକାଦାର, ପଞ୍ଜିକୃତସେବା ପ୍ରଦାନକାରୀ, ବହୁରାଷ୍ଟ୍ରୀୟ କମ୍ପାନୀ, ସରକାରୀ ଚାକିରି, ଏନ୍‌ଜିଓ, କର୍ପୋରେଟ୍‌ ସଂସ୍ଥା, କେନ୍ଦ୍ର/ରାଜ୍ୟ ପବ୍ଳିକ୍‌ କ୍ଷେତ୍ର/ ପ୍ରାଇଭେଟ୍‌ କ୍ଷେତ୍ରର ଶିଳ୍ପ, ଅଣୁ ଓ କ୍ଷୁଦ୍ର ଉଦ୍ୟୋଗରେ ଅବସ୍ଥାପିତ କରାଇବା।
କେନ୍ଦ୍ରୀୟ ଅବସ୍ଥାପନ କକ୍ଷର ସମସ୍ତ ପଂଜୀକୃତ ଛାତ୍ରଛାତ୍ରୀ ନିହାତି ରୂପେ ଅବସ୍ଥାପନ ସହାୟତା, ନିଯୁକ୍ତି ଓ ଆତ୍ମ ନିଯୁକ୍ତି ପାଇଁ କାଉନସେଲିଂ ପାଇବାକୁ ହକ୍‌ଦାର ଅଟନ୍ତି। ନିମ୍ନୋକ୍ତ କାର୍ଯ୍ୟଗୁଡ଼ିକ କେନ୍ଦ୍ରୀୟ ଅବସ୍ଥାପନ କକ୍ଷର ନିଶ୍ଚିତ କରଣୀୟ:
  • ଛାତ୍ରଛାତ୍ରୀମାନଙ୍କ ଭିତରର ସମ୍ଭାବନା ଚିହ୍ନଟ ଏବଂ ସେମାନଙ୍କର ସାମର୍ଥ୍ୟଗୁଡ଼ିକର ସୂଚୀକରଣ।
  • ଛାତ୍ରଛାତ୍ରୀମାନଙ୍କର ତଥ୍ୟଭିତ୍ତିର ବର୍ଗୀକରଣ (ଯେମିତିକି ସେମାନଙ୍କର ବିଶେଷତ୍ୱ, ଆଗ୍ରହ ଏବଂ ଶୈକ୍ଷିକ କର୍ମକୁଶଳତା ଆଦି)।
  • କର୍ପୋରେଟ୍‌ ଜଗତର ବର୍ଧିଷ୍ଣୁ ଆବଶ୍ୟକତା ସମେତ ନୂତନ ଦିଗନ୍ତ ଆବିଷ୍କାର ପାଇଁ ପ୍ରସ୍ତୁତ ଥିବା ଅତ୍ୟାଗ୍ରହୀ ମେଧାବୀମାନଙ୍କୁ ଯୋଗସୂତ୍ର ପ୍ରଦାନ କରିବା।
  • କର୍ପୋରେଟ୍‌ ଦୁନିଆ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଆବଶ୍ୟକତାନୁସାରେ ବିଦ୍ୟାର୍ଥୀମାନଙ୍କୁ ପ୍ରସ୍ତୁତ କରାଇବାର ଏକ ମଞ୍ଚ ଭାବରେ କାର୍ଯ୍ୟ କରିବା।
  • ନିର୍ଦେଶାଳୟ ପାଇଁ ଏକ ୱେବ୍‌ଭିତ୍ତିକ ଚାକିରି-ଖୋଜା ପୋର୍ଟାଲ ଡିଜାଇନ୍‌ କରିବା।
  • ସରକାରଙ୍କର ‘‘ଜିଲ୍ଲା ସାଧନ କେନ୍ଦ୍ର’’ (ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ) ଓ ଅବସ୍ଥାପନ କକ୍ଷ ଏବଂ ପଲିଟେକ୍‌ନିକ୍‌ଗୁଡ଼ିକରେ ବିଦ୍ୟାର୍ଥୀମାନଙ୍କ କ୍ୟାରିଅର କାଉନସେଲିଂ ଚଳାଇବା।
  • ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଫାଙ୍କ ଦୂର କରିବା ତଥା ଅବସ୍ଥାପନ/ନିଯୁକ୍ତି କାର୍ଯ୍ୟାବଳୀର ସଂଚାଳନ ପାଇଁ ସଚେତନ ଭାବରେ କାର୍ଯ୍ୟ କରିବା।

ସ୍ୱପ୍ନ:

ନୂଆ ଦିଗନ୍ତର ଆବିଷ୍କାର ଦିଗରେ ତଥା କର୍ପୋରେଟ୍‌ ଜଗତର ବର୍ଧିଷ୍ଣୁ ଆବଶ୍ୟକତା ପାଇଁ ଉତ୍ସାହୀ ମେଧାବୀମାନଙ୍କୁ ଉପଯୁକ୍ତସଂପର୍କରେ ଯୋଡ଼ି ସେମାନଙ୍କୁ ଜ୍ଞାନ, ଦକ୍ଷତା ଓ ଆଚରଣରେ ପରିପୁଷ୍ଟ କରି ଚଳନ୍ତି କର୍ମମୟ ଦୁନିଆ ପାଇଁ ସମର୍ଥ କରାଇବା।ଚାହିଦା ଓ ଯୋଗାଣ ମଧ୍ୟରେ ଦୂରତ୍ୱ ହ୍ରାସ ପାଇଁ ରାଜ୍ୟରେ ଦକ୍ଷ ଶ୍ରମଶକ୍ତି ଓ ସଶକ୍ତ ଯୁବଶକ୍ତି ସୃଷ୍ଟି କରିବା ସହ ଅନ୍ତର୍ଜାତୀୟ ମାନର କର୍ମସଂସ୍ଥାନ ପାଇଁ ଦକ୍ଷ କରାଇବା।
ଜାତୀୟ ସ୍ତରରେ ଏକ ପ୍ରତିଷ୍ଠିତ ସଂଗଠନ ରୂପେ ଆତ୍ମପ୍ରକାଶ କରିବା, ଯାହା ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ବ୍ୟବଧାନକୁ କମ୍‌ କରିବା ଦିଗରେ ଏକ ଭୂମି ଭଳି କାର୍ଯ୍ୟ କରିବ ତଥା ଏକ ଦେଶପ୍ରୀତି ଦୃଷ୍ଟିରେ ସମସ୍ତ ନିଯୁକ୍ତି ଅବସ୍ଥାପନର ସଂଚାଳନ କରିବା।

ବ୍ରତ:

ଜାତୀୟ କାରଣ ପାଇଁ‘‘ମୁଖ୍ୟମନ୍ତ୍ରୀଙ୍କ କର୍ମନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ’’ ଅଧୀନରେ ଯୁବବର୍ଗଙ୍କୁ ଦକ୍ଷ କରିବା ଏବଂ ଏଥିପାଇଁ କେନ୍ଦ୍ରୀୟ ଅବସ୍ଥାପନ କକ୍ଷ ଜରିଆରେ ଉପଯୋଗୀ ସ୍କୁଲ ଓ ଅଗ୍ରଣୀ ତାଲିମ ପ୍ରତିଷ୍ଠାନ ସହ ସାକ୍ଷାତ ସଂପର୍କ ପ୍ରତିଷ୍ଠା କରାଇବା। ଏହା ଜରିଆରେ DTE&Tକୁ ଦିଆଯାଇଥିବା କର୍ମସଂସ୍ଥାନ ସୃଷ୍ଟିର ଧାର୍ଯ୍ୟଲକ୍ଷ୍ୟ ପୂରଣ କରିବା। ସମନ୍ୱୟ ରକ୍ଷାକୁ ସୁରୁଖୁରୁରେ ସମ୍ପନ୍ନ କରିବା, ଯେପରିକି ବେକାରମାନଙ୍କ ଅବସ୍ଥାପନ ଅନୁପାତ ବଢିଚାଲିବ ଏବଂ ତାହାର ଗତି ରକ୍ଷା କରାଯିବ।