ପ୍ରେରଣା ସ୍କିମ

ଏସ.ଏସ.ଡି ବିଭାଗର ପ୍ରେରଣା ସ୍କିମ ଅନ୍ତର୍ଗତ ଯେଉଁ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ବିଦ୍ୟାର୍ଥୀଙ୍କ ଅଭିଭାବକ ମାନଙ୍କର ବାର୍ଷିକ ଆୟ ୨.୫ ଲକ୍ଷରୁ କମ ହୋଇଥିବ ସେମାନେ ଛାତ୍ରାବାସରେ ରହୁଥିଲେ ମାସିକ ଟଙ୍କା ୧୦୦୦/- ବାହାରେ ରହୁଥିଲେ ଟଙ୍କା ୨୭୦/- ସହିତ ନାମଲେଖା ବାବଦ ଦେୟ ତଥା ଛାତ୍ରାବାସ ଭଡ଼ା ପାଇବାକୁ ଯୋଗ୍ୟ ଅଟନ୍ତି । ସରକାରୀ ଆଇ.ଟି.ଆଇ.ମାନଙ୍କରେ ନାମଲେଖା ବେଳେ ଉପରଲିଖିତ ଏହି ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ଟଙ୍କା ୧୦୦/- ଅମାନତ ରାଶି ବ୍ୟତୀତ ଅନ୍ୟ କୌଣସି ଦେୟ ଦେବାକୁ ପଡ଼େ ନାହିଁ ।