ସରକାରୀ ଆଇ.ଟି.ଆଇ ଗୁଡ଼ିକରେ ବାଳିକା ମାନଙ୍କୁ ଟ୍ୟୁସନ ଦେୟ ଛାଡ଼ କରାଯାଇଛି । ଏହା ବାଦ ବାଳିକା ମାନଙ୍କୁ ଉନ୍ନୟନ ଏବଂ ଅନ୍ୟାନ୍ୟ ଦେୟ ପ୍ରତିପୂରଣ କରାଯାଏ । ସୁଦକ୍ଷା ସ୍କିମ ଅନ୍ତର୍ଗତ ଛାତ୍ରୀନିବାସରେ ରହି ଅଧ୍ୟୟନ କରୁଥିବା ବାଳିକା ମାନଙ୍କୁ ମାସିକ ଟଙ୍କା ୧୫୦୦/- ତଥା ଅନ୍ୟ ମାନଙ୍କୁ ଟଙ୍କା ୫୦୦/- ରକ୍ଷଣାବେକ୍ଷଣ ଭତ୍ତା ଦିଆଯିବା ସହ ପ୍ରଶିକ୍ଷଣ ଉପରାନ୍ତ ନିୟୋଜନ ତଥା ରାଜ୍ୟ ଭିତରେ ଓ ବାହାରେ ଶିକ୍ଷାନବିସ ତାଲିମର ସୁବିଧା ପ୍ରଦାନ କରାଯାଉଛି ।