ତୁରନ୍ତ ପ୍ରଶ୍ନୋତ୍ତରୀ

୧. ହସ୍ତକଳା ପ୍ରଶିକ୍ଷଣର ମୌଳିକ ଉଦ୍ଦେଶ୍ୟ ଗୁଡ଼ିକ କଣ ?
ଉତ୍ତର— ହସ୍ତକଳା ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ ହେଉଛି ଯୁବ ଗୋଷ୍ଠୀକୁ ଆଇ.ଟି.ଆଇ. ଗୁଡ଼ିକ ମାଧ୍ୟମରେ ସେମାନଙ୍କ କୌଶଳ ବିକାଶ କରି ମଜୁରୀ/ଆତ୍ମନିଯୁକ୍ତି ପ୍ରଦାନ କରିବା । ଏହି ଯୋଜନା ଭାରତ ସରକାରଙ୍କ କୌଶଳ ଓ ଉଦ୍ୟମିତା ବିକାଶର ମାନ ଓ ନିୟମାବଳୀ ଅନୁସାରେ ପରିଚାଳିତ ତଥା ସମଗ୍ର ଦେଶରେ ସମାନ ଭାବେ କାର୍ଯ୍ୟକାରୀ କରାଯାଉଛି । ନିୟମାବଳୀ ଓ ମାନକ ସର୍ତ୍ତ ପାଳନ କରୁଥିବା ଆଇ.ଟି.ଆଇ ମାନଙ୍କୁ ଜାତୀୟ ଧନ୍ଧାମୂଳକ ଶିକ୍ଷା ପରିଷଦ, ନୂଆ ଦିଲ୍ଲୀ ସହ ଅନୁବନ୍ଧିତ କରାଯାଇଛି । ପାଠ୍ୟକ୍ରମ ଗୁଡ଼ିକ ୧/୨ ବର୍ଷ ୨ ସେମିଷ୍ଟାର, ୨ ବର୍ଷ ୪ ସେମିଷ୍ଟର ଅବଧିର । ଆବଶ୍ୟକ କୌଶଳ ହାସଲ କରିବା ପରେ ଓ ଧାର୍ଯ୍ୟ ସମୟର ପ୍ରଶିକ୍ଷଣ ଶେଷ କରିବା ପରେ ସର୍ବ ଭାରତୀୟ ପରୀକ୍ଷାରେ ଭାଗ ନିଅନ୍ତି ଏବଂ ସେମାନଙ୍କୁ ଜାତୀୟ ପ୍ରମାଣ-ପତ୍ର ପ୍ରଦାନ କରାଯାଏ ।

୨. ରାଜ୍ୟରେ ସରକାରୀ ଆଇ.ଟି.ଆଇ ମାନଙ୍କ ସଂଖ୍ୟା କେତେ ତଥା ସେମାନଙ୍କ ଭିତରୁ କେତୋଟି କେନ୍ଦ୍ରୀୟ ଯୋଜନା/ ସି.ଏସ.ପି ଯୋଜନା ଅନ୍ତର୍ଭୁକ୍ତ ?
ଉତ୍ତର– ୧୯୯୯-୨୦୦୦ ସୁଦ୍ଧା ରାଜ୍ୟରେ ୨୩ଟି ସରକାରୀ ଆଇ.ଟି.ଆଇ ଥିଲା ଏବଂ ସେମାନଙ୍କ ମୋଟ୍‌ ଅନୁମୋଦିତ ସିଟ୍‌ ସଂଖ୍ୟା ୩୭୫୨ ଥିଲା। ୨୦୧୭-୧୮ ବେଳକୁ ଆଇ.ଟି.ଆଇ ମାନଙ୍କ ସଂଖ୍ୟା ୪୯କୁ ବୃଦ୍ଧି ପାଇବା ସହ ଅନୁମୋଦିତ ସିଟ୍‌ ସଂଖ୍ୟା ୧୭,୬୯୯କୁ ବୃଦ୍ଧି ପାଇଲା । ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ୨୨ଟି ନୂତନ ଆଇ.ଟି.ଆଇ ସ୍ଥାପନ ନିମନ୍ତେ ମଞ୍ଜୁରି ପ୍ରଦାନ କରାଯାଇଛି । ଏଲ.ଡବ୍ଲୁ.ଇ ପ୍ରଭାବିତ ଆଦିବାସୀ ବହୁଳ ତଥା ସଂଖ୍ୟାଲଘୁଙ୍କ ସଂଖ୍ୟା ଅଧିକ ଥିବା ଅଞ୍ଚଳରେ ଏହି ଆଇ.ଟି.ଆଇ ଗୁଡ଼ିକ ସ୍ଥାପନ କରାଯିବ ।ମୋଟ ୪୯ଟି ସରକାରୀ ଆଇ.ଟି.ଆଇ ମଧ୍ୟରୁ ୪୫ଟି ଆଇ.ଟି.ଆଇ ଏନ.ସି.ଭି.ଟି ସହ ଅନୁବନ୍ଧିତ ହୋଇଥିବାବେଳେ ଅନ୍ୟ ୪ଟି ଆଇ.ଟି.ଆଇ ଏସ.ସି.ଟି.ଇ. ଭି.ଟି ଓଡ଼ିଶା ସହ ଅନୁବନ୍ଧିତ । ଏହା ମଧ୍ୟରୁ ୨ଟି ଆଇ.ଟି.ଆଇ. କେନ୍ଦ୍ରିୟ ଯୋଜନା (ଏମ.ଏସ.ଡି.ପି) ତଥା ୫ଟି ଆଇ.ଟି.ଆଇ ସି.ଏସ.ପି. ସ୍କିମ(ଏଲ.ଡବ୍ଲୁ.ଇ) ଅନ୍ତର୍ଗତ ସ୍ଥାପନ କରାଯାଇଛି ।ଏହା ବାଦ ରାଜ୍ୟରେ ୨୨ଟି ଆଇ.ଟି.ଆଇର ନିର୍ମାଣ କାର୍ଯ୍ୟ ପ୍ରଗତିରେ ଅଛି ଯେଉଁଥିରେ ୪ଟି କେନ୍ଦ୍ରିୟ ଯୋଜନା ସ୍କିମ (ଏମ.ଏସ.ଡି.ପି) ଓ ଗୋଟିଏ ସି.ଏସ.ପି ସ୍କିମ(ଏଲ.ଡବ୍ଲୁ.ଇ) ଆଇ.ଟି.ଆଇ. ଅନ୍ତର୍ଭୁକ୍ତ ।

୩. ରାଜ୍ୟର କେଉଁ ଜିଲ୍ଲାରେ ସରକାରୀ ଆଇ.ଟି.ଆଇ ନାହିଁ ?
ଉତ୍ତର– ଭଦ୍ରକ ଓ ଜଗତସିଂହପୁର ଜିଲ୍ଳାରେ କୌଣସି ସରକାରୀ ଆଇ.ଟି.ଆଇ ନାହିଁ ଏବଂ ନିର୍ମାଣ କାର୍ଯ୍ୟ ପ୍ରଗତିରେ ଅଛି ।

୪. ରାଜ୍ୟର କେତୋଟି ଉପ-ଖଣ୍ଡରେ ସରକାରୀ ଆଇ.ଟି.ଆଇ ନାହିଁ ?
ଉତ୍ତର– ରାଜ୍ୟର ୫୮ଟି ଉପଖଣ୍ଡ ମଧ୍ୟରୁ ୧୦ଟି ଉପଖଣ୍ଡରେ ସରକାରୀ ଆଇ.ଟି.ଆଇ ନାହିଁ ।

୫. ରାଜ୍ୟର କେତୋଟି ବ୍ଲକରେ ଆଇ.ଟି.ଆଇ ନାହିଁ ?
ଉତ୍ତର– ୩୧୪ଟି ବ୍ଲକ ମଧ୍ୟରୁ ୬୮ଟି ବ୍ଲକରେ କୌଣସି ସରକାରୀ କିମ୍ବା ଘରୋଇ ଆଇ.ଟି.ଆଇ ନାହିଁ ।

୬. ଆଇ.ଟି.ଆଇ ନ ଥିବା ୬୮ଟି ବ୍ଲକରେ ଆଇ.ଟି.ଆଇ ଖୋଲିବା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ?
ଉତ୍ତର– ରାଜ୍ୟର ପଛୁଆ ତଥା ଅନୁନ୍ନତ ବ୍ଲକ ମାନଙ୍କରେ ଧନ୍ଦାମୂଳକ ଶିକ୍ଷାର ବିକାଶ ନିମନ୍ତେ ପି.ପି.ପି ଢାଞ୍ଚାରେ ଭାରତ ସରକାରଙ୍କ କୌଶଳ ଓ ଉଦ୍ୟମିତା ବିକାଶ ବିଭାଗକୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧିନରେ ନୂତନ ଆଇ.ଟି.ଆଇ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ଦିଆଯାଇଛି ।

୭. ସରକାର ୩୪ଟି ଉଦ୍ୟୋଗ ସହ ବୁଝାମଣା-ପତ୍ର ସ୍ୱାକ୍ଷର କରିଛନ୍ତି, ସେମାନଙ୍କ ମଧ୍ୟରୁ କେତେ ଜଣ ବର୍ତ୍ତମାନ ସୁଦ୍ଧା ଆଇ.ଟି.ଆଇ ପ୍ରତିଷ୍ଠା କରିଛନ୍ତି । ଅନ୍ୟ ଉଦ୍ୟୋଗ ମାନେ କେବେ ସେମାନଙ୍କର ଆଇ.ଟି.ଆଇ ପ୍ରତିଷ୍ଠା କରିବେ ?
ଉତ୍ତର– ୩୪ଟି ଉଦ୍ୟୋଗ ମଧ୍ୟରୁ ୧୦ଜଣ ଆଇ.ଟି.ଆଇ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେଇଛନ୍ତି ତଥା ଅନ୍ୟ ମାନଙ୍କୁ ସେମାନଙ୍କ ଦଖଲରେ ଥିବା ଜମିରେ ଆଇ.ଟି.ସି ପ୍ରତିଷ୍ଠା କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

୮. ଆଇ.ଟି.ଆଇ ମାନଙ୍କର ଦେୟ ଢାଞ୍ଚା କିପରି ?
ଉତ୍ତର– ସରକାରୀ ଆଇ.ଟି.ଆଇ ମାନଙ୍କରେ ଦୁଇ ବର୍ଷିଆ ଯାନ୍ତ୍ରିକ ପାଠ୍ୟକ୍ରମ ନିମନ୍ତେ ପ୍ରଥମ ବର୍ଷ ଟଙ୍କା ୪୩୦୦/- ତଥା ଦ୍ୱିତୀୟ ବର୍ଷ ଟଙ୍କା ୩୭୦୦/- ନିଆଯାଏ । ଅନୁସୂଚୀତ ଜାତି, ଅନୁସୂଚୀତ ଜନ ଜାତି ତଥା ଦିବ୍ୟାଙ୍ଗ/ଶାରିରୀକ ଅକ୍ଷମ ମାନଙ୍କ ପାଇଁ ଟ୍ୟୁସନ ଫି ଛାଡ଼ କରାଯାଇଛି । ଘରୋଇ ଆଇ.ଟି.ଆଇ ରେ ଦେୟ ପରିଚାଳନା କର୍ତ୍ତୃପକ୍ଷ ସ୍ଥିର କରନ୍ତି । ବାଳିକା ମାନଙ୍କୁ ଆଇ.ଟି.ଆଇ ରେ ନାମଲେଖାଇବା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ନୂତନ ସ୍କିମ ‘‘ସୁଦକ୍ଷା ’’ ମାଧ୍ୟମରେ ସେମାନଙ୍କ ପାଇଁ ୩୦% ସ୍ଥାନ ସଂରକ୍ଷଣ ସହ ଅନ୍ୟାନ୍ୟ ଆର୍ଥିକ ସୁବିଧା ପ୍ରଦାନ କରାଯାଉଛି ।

୯. ଆଇ.ଟି.ଆଇ ମାନଙ୍କରେ ପ୍ରଶିକ୍ଷଣର ମାନ ବୃଦ୍ଧି କରିବା ନିମନ୍ତେ ପ୍ରଶିକ୍ଷକଙ୍କୁ ଉନ୍ନତ ତାଲିମ ପ୍ରଦାନ କରିବା ପାଇଁ କଣ ପଦକ୍ଷେପ ନିଆଯାଇଛି ?
ଉତ୍ତର– ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣର ମାନ ବୃଦ୍ଧି କରିବା ପାଇଁ ବିଜୁ ପଟନାୟକ ପ୍ରଶିକ୍ଷକ ତାଲିମ ପ୍ରତିଷ୍ଠାନ (ବି.ପି.ଆଇ.ଟି.ଓ.ଟି) ତାଳଚେର କାର୍ଯ୍ୟକ୍ଷମ କରାଯାଇଛି । ଏହା ବାଦ ପି.ପି.ପି ଢାଞ୍ଚାରେ ଭୁବନେଶ୍ୱର ଓ ଜଟଣୀରେ ଆଇ.ଟି.ଓ.ଟି ପ୍ରତିଷ୍ଠା କରାଯାଉଛି ।

୧୦. ଆଇ.ଟି.ଆଇ/ଆଇ.ଟି.ସି ପ୍ରତିଷ୍ଠା କରିବା ନିମନ୍ତେ କଣ ପ୍ରୋତ୍ସାହନ ଦିଆଯାଉଛି ?
ଉତ୍ତର– ଘରୋଇ ଆଇ.ଟି.ଆଇ ପ୍ରତିଷ୍ଠା କରିବା ନିମନ୍ତେ ପରିଚାଳନା କର୍ତ୍ତୃପକ୍ଷ ପୁଞ୍ଜି ବିନିଯୋଗ କରିବେ। ତେବେ ଉପଯୁକ୍ତ ଭିତ୍ତିଭୂମି ଥିଲେ ସରକାର ଏନ.ସି.ଭି.ଟି ସହ ଅନୁବନ୍ଧନରେ ସହାୟତା କରନ୍ତି ।

୧୧. ଆଇ.ଟି.ଆଇ ତାଲିମ ହାସଲ ପାଇଁ ଯୁବ ଗୋଷ୍ଠୀକୁ ପ୍ରୋତ୍ସାହିତ କରିବା ନିମନ୍ତେ କି କି ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ?
ଉତ୍ତର–‘ସ୍କିଲ୍‌ଡ ଇନ ଓଡ଼ିଶା-ୱିଲ ଗୋ ଗ୍ଲୋବାଲ’ ଉଦ୍ଦେଶ୍ୟରେ ୨୦୧୬-୧୭ ବର୍ଷଠାରୁ ଓଡ଼ିଶା କୌଶଳ ବିକାଶ କର୍ତ୍ତୃପକ୍ଷ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଯୁବ ସମାଜ କୁ ସୂଚନା- ପ୍ରୋତ୍ସାହନ-ସଂଗଠିତ କରିବା ଉଦ୍ଦେଶ୍ୟରେ ତଥା କୌଶଳ ବିକାଶ କ୍ଷେତ୍ରରେ ଆତ୍ମନିଯୁକ୍ତି/ମଜୁରୀ ମାଧ୍ୟମରେ ଏକ ସମ୍ମାନଜନକ ଜୀବିକାର୍ଜ୍ଜନ ପାଇଁ ଏହାକୁ ସମସ୍ତ ୩୦ଟି ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି ।

୧୨. ସରକାରୀ ଆଇ.ଟି.ଆଇଙ୍କ ମାଧ୍ୟମରେ ବିଦ୍ୟାର୍ଥୀଙ୍କ କଲ୍ୟାଣ,ସାମଗ୍ରିକ ଓ ସମାନ ବିକାଶ ପାଇଁ କି କି ଯୋଜନା ଆରମ୍ଭ କରାଯାଇଛି ?

ଉତ୍ତର–
କ. ପ୍ରଶିକ୍ଷାର୍ଥୀଙ୍କ ପାଇଁ ଏନ.ଆଇ.ଏଫ.ଟି ଭୁବନେଶ୍ୱର ଦ୍ୱାରା ଡିଜାଇନ କରାଯାଇଥିବା ଟଙ୍କା ୩୦୦୦/- ମୂଲ୍ୟର ପରିଧାନ(ବର୍ଦ୍ଦି)।
ଖ. ଅନୁସୂଚୀତ ଜାତି/ ଅନୁସୂଚୀତ ଜନଜାତି/ଦିବ୍ୟାଙ୍ଗ ତଥା ବାଳିକା ମାନଙ୍କ ନିମନ୍ତେ ଆଇ.ଟି.ଆଇ.ରେ ନାମ ଲେଖାଇଲେ ଟ୍ୟୁସନ ଫି ଛାଡ଼।
ଗ. ଅନୁସୂଚୀତ ଜାତି/ ଅନୁସୂଚୀତ ଜନଜାତିଙ୍କ ପାଇଁ ନାମଲେଖା ଦେୟ ଛାଡ଼ କରିବା ସହ ‘ପ୍ରେରଣା’ ମାଧ୍ୟମରେ ରକ୍ଷଣାବେକ୍ଷଣ ଭତ୍ତା ପ୍ରଦାନ।
ଘ. ‘ସୁଦକ୍ଷ’ ସ୍କିମ ମାଧ୍ୟମରେ ବାଳିକାଙ୍କ ନାମଲେଖା ହାର ବର୍ତ୍ତମାନ ୭%ରୁ ଅନ୍ତତଃ ୩୦%କୁ ବୃଦ୍ଧି କରିବା ।
ଙ. ବି.ଓ.ସି ଶ୍ରମିକଙ୍କ ପିଲା ମାନଙ୍କ ପାଇଁ ବୃତ୍ତି ପରିମାଣ ବୃଦ୍ଧି କରିବା ।
ଚ. ଯୋଗ୍ୟ ତଥା ଅନ୍ୟ ଜାତିର ମେଧାବୀ ଗରିବ ବିଦ୍ୟାର୍ଥୀଙ୍କ ନିମନ୍ତେ ଭତ୍ତା ପରିମାଣ ବୃଦ୍ଧି କରିବା ।
ଛ. ଖୋର୍ଦ୍ଧାର ଜଟଣୀ ଠାରେ ଶାରିରୀକ ଅକ୍ଷମ/ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇ.ଟି.ଆଇ କାର୍ଯ୍ୟକ୍ଷମ କରାଯାଇଛି ତଥା ୬୦%ରୁ ଅଧିକ ଅକ୍ଷମ ଥିବା ଶାରିରୀକ ଅକ୍ଷମ/ଦିବ୍ୟାଙ୍ଗ ମାନଙ୍କୁ ନିଃଶୁଳ୍କ ରହିବା, ଖାଇବା ଓ ପ୍ରଶିକ୍ଷଣର ସୁବିଧା ପ୍ରଦାନ କରାଯିବା ସହ ୪୦%ରୁ ଅଧିକ ଶାରିରୀକ ଅକ୍ଷମ ଥିବା ପ୍ରାର୍ଥୀ ମାନଙ୍କ ପାଇଁ ଅନ୍ୟ ଆଇ.ଟି.ଆଇ. ମାନଙ୍କରେ ୩% ସ୍ଥାନ ସଂରକ୍ଷଣର ସୁବିଧା ପ୍ରଦାନ କରାଯାଉଛି ।
ଜ. ସଂଖ୍ୟାଲଘୁ ପ୍ରାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ଗୁମ୍ମା ଓ ମୋହନା ଠାରେ ଦୁଇଟି ଆଇ.ଟି.ଆଇ କାର୍ଯ୍ୟକ୍ଷମ କରାଯାଇଛି । ଏହା ବାଦ ଏମ.ଏସ.ଡି.ପି ଅଧିନରେ ସଂଖ୍ୟାଲଘୁଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଭଣ୍ଡାରିପୋଖରି, କୋଟଗଡ଼, ଦାରିଙ୍ଗବାଡ଼ି ଓ କୁଟ୍ରା ଠାରେ ୪ଟି ଆଇ.ଟି.ଆଇର ନିର୍ମାଣ କାର୍ଯ୍ୟ ପ୍ରଗତିରେ ଅଛି ।

୧୩. ସରକାରୀ ଆଇ.ଟି.ଆଇ ମାନଙ୍କରେ ଥିବା ନାମଲେଖା ବ୍ୟବସ୍ଥାରେ କି କି ମହତ୍ୱପୂର୍ଣ୍ଣ ସଂସ୍କାର ଅଣାଯାଇଛି ?
ଉତ୍ତର– ୨୦୧୭-୧୮ ଶିକ୍ଷାବର୍ଷରୁ ଆଇ.ଟି.ଆଇ ମାନଙ୍କରେ ପ୍ରଚଳିତ ଥିବା ନାମଲେଖା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ଏସ.ଏ.ଏମ.ଏସ. ମାଧ୍ୟମରେ ଏକ କେନ୍ଦ୍ରିୟ ଅନ୍‌ଲାଇନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

୧୪. ପର୍ଯ୍ୟାୟକ୍ରମେ ସାମଗ୍ରିକ ବିକାଶ କିପରି ହାସଲ କରାଯାଇ ପାରିଛି ?
ଉତ୍ତର– ବର୍ଷ ଅନୁସୂଚିତ ଜନଜାତି ଅନୁସୂଚିତ ଜାତି କ୍ଷମତା ନାମଲେଖା ଶତକଡ଼ା ସିଟ୍‌ ପୂରଣ
୨୦୧୬-୧୭ ୪୦୫୫ ୧୯୫୬ ୪୮% ୨୬୪୪ ୧୯୧୬ ୭୨%
୨୦୧୭-୧୮ ୪୦୭୦ ୩୧୯୦ ୭୮% ୨୬୫୦ ୩୦୪୮ ୧୧୫%
ବର୍ଷ ବାଳିକାଙ୍କ ନାମଲେଖା (୩୦%) ସର୍ବମୋଟ ନାମଲେଖା ।
କ୍ଷମତା ନାମଲେଖା ଶତକଡ଼ା ସିଟ୍‌ ପୂରଣ
ନାମଲେଖା ଶତକଡ଼ା ସିଟ୍‌ ପୂରଣ
୨୦୧୬-୧୭ ୫୨୮୯ ୭୮୫ ୭୮୫ ୧୫% ୧୭୬୩୨ ୧୦୯୩୪ ୬୨%
୨୦୧୭-୧୮ ୫୩୦୯ ୧୯୧୬ ୩୬% ୧୭୬୯୯ ୧୪୮୯୮ ୮୪%

୧୫. ଆଇ.ଟି.ଆଇରୁ ଉତ୍ତୀର୍ଣ୍ଣ ହେଉଥିବା ପ୍ରଶିକ୍ଷାର୍ଥୀଙ୍କ ନିମନ୍ତେ ସରକାର କି କି ପଦକ୍ଷେପ ଗ୍ରହଣ କରିଛନ୍ତି ?
ଉତ୍ତର– ଆଇ.ଟି.ଆଇରୁ ଉତ୍ତୀର୍ଣ୍ଣ ହେଉଥିବା ବିଦ୍ୟାର୍ଥୀଙ୍କ ହିତ, ତଥା ନିୟୋଜନ ଓ ଉଦ୍ୟମିତାର କ୍ଷେତ୍ର ପ୍ରଶସ୍ତ କରିବା ନିମନ୍ତେ ନିର୍ଦ୍ଦେଶାଳୟ ସ୍ତରରେ ଏକ ଅନ୍‌ଲାଇନ୍‌ କେନ୍ଦ୍ରିୟ ନିୟୋଜନ ସେଲ କାର୍ଯ୍ୟକାରୀ କରାଯାଇଛି । ଏହା ବାଦ, ପ୍ରତିଷ୍ଠାନ ସ୍ତରରେ ଥିବା ନିୟୋଜନ ସେଲ ଗୁଡ଼ିକ ମଧ୍ୟ କ୍ୟାମ୍ପସ ବାହାରେ ଓ କ୍ୟାମ୍ପସରେ ସାକ୍ଷାତକାର ଆୟୋଜନ କରନ୍ତି ।

୧୬. ଆଇ.ଟି.ଆଇ ଶିକ୍ଷାର ମାନ ଉନ୍ନତ କରିବା ନିମନ୍ତେ କି କି ପଦକ୍ଷେପ ଗ୍ରହଣ କରାଯାଇଛି ?
ଉତ୍ତର–
୧. ଭାରତ ସରକାର ବିଶ୍ୱବ୍ୟାଙ୍କ ସହାୟତାରେ ୧୧ଟି ସରକାରୀ ଆଇ.ଟି.ଆଇ. ଓ ପି.ପି.ପି ଢାଞ୍ଚାରେ ୧୪ ଓ ୧୩୯୬ଟି ଆଇ.ଟି.ଆଇ ର ଆଧୂନିକୀକରଣ ।
୨. ସମସ୍ତ ସରକାରୀ ଆଇ.ଟି.ଆଇ ଗୁଡ଼ିକରେ ଆବଶ୍ୟକ ଆଧୂନିକ ସରଞ୍ଜାମ ଉପଲବ୍ଧ କରାଯିବା ସହ କର୍ମଶାଳାରେ ଭାଷା ପ୍ରୟୋଗଶାଳା, ପାଠାଗାର, ଇଣ୍ଟରନେଟ୍‌ ଓ ସ୍ମାର୍ଟ ଶ୍ରେଣୀଗୃହର ସୁବିଧା ପ୍ରଦାନ କରାଯାଇଛି । ଏହା ବାଦ ପୁରୁଣା ଓ ଅଚଳ ମେସିନ ଗୁଡ଼ିକୁ ନିଲାମ କରିଦିଆଯାଇଛି ।
୩. ଆଇ.ଟି.ଆଇ ଗୁଡ଼ିକରେ ପ୍ରଭାବୀ ପ୍ରଶିକ୍ଷଣ ଓ ପ୍ରଶାସନ ନିମନ୍ତେ ଅଧ୍ୟକ୍ଷ ଓ ପ୍ରଶିକ୍ଷଣ ଅଧିକାରୀଙ୍କୁ ନିୟମିତ କରାଯାଇଛି ।
୪. ପ୍ରଶିକ୍ଷକ ପ୍ରଶିକ୍ଷାର୍ଥୀର ଅନୁପାତକୁ ଅନ୍ତତଃ ୧:୨୦ କରିବା ନିମନ୍ତେ ୧୧୧୬ଟି ଏ.ଟି.ଓ ପଦବୀକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।
୫. ଉଦ୍ୟୋଗ ଜଗତର ଆବଶ୍ୟକତା ଅନୁସାରେ ଅପ୍ରିୟ ଓ ପୁରୁଣା ପାଠ୍ୟକ୍ରମ ପରିବର୍ତ୍ତେ ଉଦ୍ୟେଗ ଅନୁକୂଳ ନୂତନ ଯାନ୍ତ୍ରିକ ପାଠ୍ୟକ୍ରମ ଗୁଡ଼ିକର ପ୍ରଚଳନ ।
୬. ପ୍ରଶିକ୍ଷଣ ପ୍ରାପ୍ତ ସ୍ନାତକଙ୍କ ବିଦେଶରେ ନିୟୋଜନ ସୁଯୋଗ ପ୍ରଶସ୍ତ କରିବା ନିମନ୍ତେ ଏସିୟ ଉନ୍ନୟନ ପାଣ୍ଠିରେ ଓଡ଼ିଶା କୌଶଳ ବିକାଶ ପ୍ରକଳ୍ପ ଆରମ୍ଭ କରାଯାଇଛି ।
୭. ଓ.ଏସ.ଡି.ଏ ନାନୋ ୟୁନିକୋର୍ଣ୍ଣ ପ୍ରକଳ୍ପ ତଥା ଭାରତ ସରକାରଙ୍କ ମୁଦ୍ରା ଯୋଜନା ମାଧ୍ୟମରେ ଆଇ.ଟି.ଆଇରୁ ଉତ୍ତୀର୍ଣ୍ଣ ପ୍ରଶିକ୍ଷାର୍ଥୀଙ୍କ ଉଦ୍ୟମିତା କାର୍ଯ୍ୟକଳାପ କାର୍ଯ୍ୟକାରୀ କରାଯାଉଛି।
୮. ଆଇ.ଟି.ଆଇର ତାଲିମପ୍ରାପ୍ତ ସ୍ନାତକ ମାନଙ୍କ ନିୟୋଜନ ସୁଯୋଗ ପ୍ରସସ୍ତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଜାତୀୟ ପ୍ରଶିକ୍ଷାର୍ଥୀ ପ୍ରୋତ୍ସାହନ ସ୍କିମ ଆରମ୍ଭ କରିଛନ୍ତି ।
୯. ନିୟୋଜନର ସୁଯୋଗ ବୃଦ୍ଧି କରିବା ନିମନ୍ତେ ୮୦୦୦ ଶିକ୍ଷାର୍ଥୀଙ୍କ ନିମନ୍ତେ ଜୀବନ ଜୀବିକା ପ୍ରଶିକ୍ଷଣ(ପରୀକ୍ଷାମୂଳକ ଭାବେ) ୧୦ଟି ବଛା ବଛା ଆଇ.ଟି.ଆଇରେ ଟାଟା ଷ୍ଟ୍ରାଇଭ-ବାଗ୍‌ଚୀ ଜୀବିକା ପ୍ରଶିକ୍ଷଣ ଆରମ୍ଭ କରାଯାଇଛି ।
୧୦. ଦ୍ୱୈତ ପ୍ରଶିକ୍ଷଣ ବ୍ୟବସ୍ଥା ଅନୁସାରେ ପ୍ରଶିକ୍ଷାର୍ଥୀଙ୍କୁ ଉଭୟ ଆଇ.ଟି.ଆଇ ଓ ଉଦ୍ୟୋଗ ଜଗତରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।
୧୧. ସରକାରୀ ଆଇ.ଟି.ଆଇ ଗୁଡ଼ିକରେ ପ୍ରଶିକ୍ଷଣର ମାନ ଉନ୍ନତ କରିବା ଉଦ୍ଦେଶ୍ୟରେ ନିଆଯାଇଥିବା ପଦକ୍ଷେପ ।
କ. ଆଇ.ଟି.ଆଇ.ର କର୍ମଚାରୀ ଓ ପ୍ରଶିକ୍ଷାର୍ଥୀ ମାନଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ।
ଖ. ପଲିଟେକ୍‌ନିକ୍‌ ଓ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଆଇ.ଟି.ଆଇ ଗୁଡ଼ିକର ଶିକ୍ଷା ବ୍ୟବସ୍ଥାର ମାସିକ ସମୀକ୍ଷା।
ଗ. ଏସ.ସି.ଟି.ଇ.ଭି.ଟି. ଭୁବନେଶ୍ୱର ଦ୍ୱାରା ସମସ୍ତ ପ୍ରଶିକ୍ଷାର୍ଥୀଙ୍କ ନିମନ୍ତେ ମାସିକ ଲିଖିତ ପରୀକ୍ଷା ।
ଘ. ଉଦ୍ୟୋଗଜଗତ ସହ ଭାବ ବିନିମୟ ।
ଙ. ଆଦର୍ଶ ବ୍ୟକ୍ତିବିଶେଷଙ୍କ ସହ ଭାବ ଆଦାନ ପ୍ରଦାନ, ଉଚ୍ଚାକାଂକ୍ଷୀ ହେବା ପାଇଁ ସମ୍ମାନିତ କରିବା ।
ଚ. ପାଠାଗାରରେ ଶିକ୍ଷା ସୁବିଧାର ବିକାଶ ।
ଛ. ପ୍ରଯୁକ୍ତି ବିଦ୍ୟା ପ୍ରୟୋଗଶାଳାରେ ସୁବିଧା ଗୁଡ଼ିକର ବିକାଶ ।
ଜ. ସ୍ମାର୍ଟ କ୍ଲାସରୁମ ମାନଙ୍କରେ ୟୁଟୁବରେ ଥିବା ବୈଷୟିକ ଭିଡିଓ ଗୁଡ଼ିକର ବ୍ୟାପକ ବ୍ୟବହାର ନିମନ୍ତେ ଉଚ୍ଚ ବ୍ୟାଣ୍ଡୱିଡ୍‌ଥ ଥିବା ଇଣ୍ଟର୍‌ନେଟ ସୁବିଧା ଦିଆଯାଇଛି।

୧୭. ଡିପ୍ଲୋମା ପାଠ୍ୟକ୍ରମର ମୌଳିକ ଉଦ୍ଦେଶ୍ୟ ଗୁଡ଼ିକ କଣ ?
ଉତ୍ତର- ଡିପ୍ଲୋମା ସ୍ତରର ଅନୁଷ୍ଠାନ ଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ଡିପ୍ଲୋମାଧାରୀ ସୃଷ୍ଟି କରିବାରେ ଗୁରୁତ୍ୱପୂଣ୍ଣ ଭୂମିକା ଗ୍ରହଣ କରନ୍ତି । ଯେପରି ଯାନ୍ତ୍ରିକ ଓ ପ୍ରଯୁକ୍ତି, ଫାର୍ମାସୀ ଓ ସ୍ଥପତି ବିଦ୍ୟା, ଚଳଚ୍ଚିତ୍ର ଓ ଦୂରଦର୍ଶନ ତଥା ଅନ୍ୟାନ୍ୟ ସମ୍ବନ୍ଧୀୟ ବିଷୟରେ ସେମାନଙ୍କୁ ପ୍ରଶିକ୍ଷିତ କରି ବିଭିନ୍ନ କ୍ଷେତ୍ରର ମଧ୍ୟମ ସ୍ତରୀୟ ବୈଷୟିକ ମାନବ ସମ୍ବଳ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବେ ।

୧୮. ରାଜ୍ୟରେ ଡିପ୍ଲୋମା ପାଠ୍ୟକ୍ରମ ପ୍ରଚଳିତ ଥିବା ପଲିଟେକ୍‌ନିକ୍‌ ଓ ଯାନ୍ତ୍ରିକ ବିଦ୍ୟାଳୟ ଗୁଡ଼ିକର ସଂଖ୍ୟା କେତେ ?
Ans:- ବର୍ତ୍ତମାନ ପରିପ୍ରେକ୍ଷୀରେ ୩୫ଟି ସରକାରୀ ଯାନ୍ତ୍ରିକ ବିଦ୍ୟାଳୟ ଓ ପଲିଟେକ୍‌ନିକ୍‌ ତଥା ୯୪ଟି ବେସରକାରୀ ପ୍ରତିଷ୍ଠାନ ରହିଛି । ଏହା ବାଦ ଏହି ଅନୁଷ୍ଠାନ ଗୁଡ଼ିକୁ ଛାଡ଼ି ୨୫ଟି ବୈଷୟିକ ପ୍ରତିଷ୍ଠାନ ଦ୍ୱିତୀୟ ସିଫ୍‌ଟରେ ଡିପ୍ଲୋମା ପାଠ୍ୟକ୍ରମ ଶିକ୍ଷାଦାନ କରୁଥିବା ବେଳେ ୨ଟି ଘରୋଇ ଅନୁଷ୍ଠାନ ଅଂଶକାଳୀନ(ପାର୍ଟ ଟାଇମ) ଡିପ୍ଲୋମା ଶିକ୍ଷା ପ୍ରଦାନ କରୁଛନ୍ତି ।

୧୯. ସରକାରୀ ପଲିଟେକ୍‌ନିକ୍‌ ଓ ଯାନ୍ତ୍ରିକ ବିଦ୍ୟାଳୟ ଗୁଡ଼ିକର ଦେୟ ଢାଞ୍ଚା କଣ ?
ଉତ୍ତର- ସରକାରୀ ଡିପ୍ଲୋମା ପ୍ରତିଷ୍ଠାନ ମାନଙ୍କ ପାଇଁ ସରକାର ପ୍ରସ୍ତାବ ସଂଖ୍ୟା ୩୫୨୦/ଇ.ଟି.ଇ.ଟି. ତାରିଖ ୨୨.୦୬.୨୦୧୩ ରେ ସେମାନଙ୍କ ଦେୟ ଢାଞ୍ଚା ନିର୍ଦ୍ଧାରଣ କରିଛନ୍ତି । ଏହା ନିର୍ଦ୍ଦେଶାଳୟର ୱେବସାଇଟ୍‌ https://dtetodisha.gov.in ରେ ଉପଲବ୍ଧ ।

୨୦. ଘରୋଇ ଯାନ୍ତ୍ରିକ ବିଦ୍ୟାଳୟ ଓ ପଲିଟେକ୍‌ନିକ୍‌ ଗୁଡ଼ିକର ଦେୟ ଡାଞ୍ଚା କଣ ?
ଉତ୍ତର- ସରକାରୀ ଡିପ୍ଲୋମା ପ୍ରତିଷ୍ଠାନ ମାନଙ୍କ ପାଇଁ ସରକାର ପ୍ରସ୍ତାବ ସଂଖ୍ୟା ୨୯୨୭/ଏସ.ଡି.ଟି.ଇ. ତାରିଖ ୨୫.୦୬.୨୦୧୮ ରେ ସେମାନଙ୍କ ଦେୟ ଢାଞ୍ଚା ନିର୍ଦ୍ଧାରଣ କରିଛନ୍ତି । ଏହା ନିର୍ଦ୍ଦେଶାଳୟର ୱେବସାଇଟ୍‌ https://dtetodisha.gov.in ରେ ଉପଲବ୍ଧ ।

୨୧. ଡିପ୍ଲୋମା ପାଠ୍ୟକ୍ରମ ଖୋଲିବା ନିମନ୍ତେ ସରକାର କଣ ସହାୟତା ପ୍ରଦାନ କରୁଛନ୍ତି ?
ଉତ୍ତର- ଏ.ଆଇ.ସି.ଟି.ଇ ନୂଆ ଦିଲ୍ଲୀ ହେଉଛି ଦେଶର ସର୍ବୋଚ୍ଚ ବୈଧାନିକ ସଂସ୍ଥା ଯାହା ସଂସଦର ଏକ ଆଇନ ଦ୍ୱାରା ଗଠିତ ତଥା ନୂତନ ଡିପ୍ଲୋମା ଓ ଅନ୍ୟାନ୍ୟ ବୈଷୟିକ ସଂସ୍ଥା ମାନଙ୍କୁ ଅନୁମୋଦନ ପ୍ରଦାନ କରେ । ନାମଲେଖା ପାଇଁ ରାଜ୍ୟ ସରକାର ଆପତ୍ତିବିହୀନ ପ୍ରମାଣପତ୍ର ପ୍ରଦାନ କରନ୍ତି ।

୨୨. ଡିପ୍ଲୋମାରେ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କ ନିମନ୍ତେ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ?
ଉତ୍ତର- ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ତରଫରୁ ଏକ କେନ୍ଦ୍ରୀୟ ଅବସ୍ଥାପନ କକ୍ଷ କାର୍ଯ୍ୟକ୍ଷମ କରୁଅଛି, ଯିଏ ଡିପ୍ଲୋମାରୁ ଉର୍ତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଶିଳ୍ପ ଓ କାରଖାନା ମାନଙ୍କରେ ନିଯୁକ୍ତି ପ୍ରଦାନ କରିଥାଏ |

୨୩. ଡିପ୍ଲୋମା ପାଠ୍ୟକ୍ରମ ଶେଷ କରିବା ପରେ ଡିପ୍ଲୋମାଧାରୀଙ୍କ ନିମନ୍ତେ ଭବିଷ୍ୟତ ସମ୍ଭାବନା କିପରି ?
ଉତ୍ତର- ଡିପ୍ଲୋମାରେ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କ ନିମନ୍ତେ ଭବିଷ୍ୟତରେ ପ୍ରଶସ୍ତ ସମ୍ଭାବନା ରହିଛି । ସେମାନେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ନିଯୋଜିତ ହୋଇପାରନ୍ତି ।

୨୪. ଡିପ୍ଲୋମା ପାଠ୍ୟକ୍ରମ +୨ ବିଜ୍ଞାନ ସହ ସମକକ୍ଷ କି ?
ଉତ୍ତର- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି ଅନୁସାରେ ଉକ୍ତ ପରିଷଦ ଦ୍ୱାରା ପ୍ରଦତ୍ତ ଡିପ୍ଲୋମା +୨ ବିଜ୍ଞାନ ପାଠ ସହ ସମକକ୍ଷ ।

୨୫. ଡିପ୍ଲୋମା ପାଠ୍ୟକ୍ରମ ପଢିବା ନିମନ୍ତେ ସରକାର କି ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ?
ଉତ୍ତର- ଡିପ୍ଲୋମା କରୁଥିବା ଶିକ୍ଷାର୍ଥୀଙ୍କୁ ମେଧା ତଥା ଦାରିଦ୍ର୍ୟ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ସେହିପରି ଅନୁସୂଚୀତ ଜାତି/ ଅନୁସୂଚୀତ ଜନଜାତି ଶିକ୍ଷାର୍ଥୀ ମାନେ ପ୍ରେରଣା ସ୍କିମ ଅନ୍ତର୍ଗତ ଅନୁସୂଚୀତ ଜାତି/ ଅନୁସୂଚୀତ ଜନଜାତି ବିଭାଗରୁ ବୃତ୍ତି ପାଆନ୍ତି ।

୨୬. ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବନିମ୍ନ ଓ ସର୍ବୋଚ୍ଚ ବୟସ ସୀମା କେତେ ?
ଉତ୍ତର- ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ୧୪ ରଖାଯାଇଛି । କିନ୍ତୁ ଖନନ ଓ ଡ୍ରିଲିଂ ଆଦି ଯାନ୍ତ୍ରିକ ପାଠ୍ୟକ୍ରମ ପାଇଁ ସର୍ବନିମ୍ନ ବୟସ ୧୬ ସ୍ଥିର କରାଯାଇଛି । ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ କୌଣସି ସର୍ବୋଚ୍ଚ ବୟସ ସୀମା ନାହିଁ ।

୨୭. ସରକାରୀ ଅନୁଷ୍ଠାନରେ ଛାତ୍ରାବାସର ସୁବିଧା ନିମନ୍ତେ ଧାର୍ଯ୍ୟ ସରକାରୀ ଦେୟର ପରିମାଣ କେତେ ?
ଉତ୍ତର- ସରକାରୀ ପ୍ରତିଷ୍ଠାନ ମାନଙ୍କରେ ଛାତ୍ରାବାସର ସୁବିଧା ନିମନ୍ତେ ସରକାର ତାଙ୍କର ପ୍ରସ୍ତାବ ସଂଖ୍ୟା ୩୫୨୦/ଇ.ଟି.ଇ.ଟି, ତାରିଖ ୨୨.୦୬.୨୦୧୩ ରେ ତାହାର ସୂଚନା ପ୍ରଦାନ କରିଛନ୍ତି । ଏହା ନିର୍ଦ୍ଦେଶାଳୟର ଓ୍ୱେବସାଇଟ୍‌ରେ ଉପଲବ୍ଧ ।