ଶାରିରୀକ ଅକ୍ଷମଦିବ୍ୟାଙ୍ଗଙ୍କ ନିମନ୍ତେ ଆର୍ଥିକ ସହାୟତା

ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ (୪୦% ବା ତତୁର୍ଦ୍ଧ ଅକ୍ଷମତା ଥିବା ସମସ୍ତ ଆଇ.ଟି.ଆଇ ପ୍ରାର୍ଥୀଙ୍କ ନିମନ୍ତେ ୩% ସ୍ଥାନ ସଂରକ୍ଷଣ ) ଟ୍ୟୁସନ ଓ ନାମଲେଖା ବାବଦ ଦେୟ ଛାଡ କରାଯାଏ । ଏହା ବାଦ ଏସ.ଏସ. ଇ.ପି.ଡି ବିଭାଗ ଦ୍ୱାରା ୪୦% ରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ମାନଙ୍କୁ ସମସ୍ତ ଆଇ.ଟି.ଆଇ.ରେ ବାର୍ଷିକ ଟଙ୍କା ୩୫୦୦/- ଆର୍ଥିକ ସହାୟତା ଏବଂ ୬୦% ବା ତତୁର୍ଦ୍ଧ ଅକ୍ଷମତା ଥିବା ସ୍ୱତନ୍ତ୍ର ଆଇ.ଟି.ଆଇ. ଜଟଣୀର ବିଦ୍ୟାର୍ଥୀଙ୍କୁ ସମସ୍ତ ପ୍ରଶିକ୍ଷଣ ଖର୍ଚ୍ଚ ତଥା ରହିବା ଓ ଖାଇବା ଖର୍ଚ୍ଚ ବିଭାଗ ଦ୍ୱାରା ପ୍ରଦାନ କରାଯାଉଛି ।